ରିପୋର୍ଟ କାର୍ଡ / ରାୟଗଡା
ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡମ୍ବୁରୁଧର ଉଲାକାଙ୍କ ପରଲୋକ ହୋଇଛି। ୮୭ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ସେ ଚିକିତ୍ସାଧୀନ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ବିଷମକଟକ ନିର୍ବାଚନମଣ୍ଡଳୀରୁ ୫ଥର କଂଗ୍ରେସ ବିଧାୟକ ଥିଲେ ଡମ୍ବୁରୁଧର ଉଲାକା। ୧୯୭୪ ଏବଂ ୧୯୭୭ ମସିହାରେ କଂଗ୍ରେସ ଦଳରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ। ପରେ ୧୯୯୫, ୨୦୦୪, ୨୦୦୯ରୁ ବି ବିଷମକଟକ ଆସନରୁ କଂଗ୍ରେସରୁ ନିର୍ବାଚନ ଲଢି ଜିତି ବିଧାନସଭା ଯାଇଥିଲେ।






More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……