ରିପୋର୍ଟ କାର୍ଡ /ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା। ଆଜି ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦେବଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ। ସୂଚନା ଅନୁସାରେ ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ଏୟାରପୋର୍ଟ ସାମ୍ନରେ ଥିବା ପଡିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ଏହାପରେ ଦେବଗଡ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ଏହାପରେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବି ପ୍ରଚାର କାର୍ଯ୍ୟକ୍ରମ ରହିଛି।
More Stories
ରାହୁଲଙ୍କ ସରକାରୀ ବାସଭବନ ପରିବର୍ତ୍ତନ…..
୨୫ତମ କାର୍ଗିଲ ବିଜୟ ଦିବସ: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…..
ଭୁବନେଶ୍ୱରରେ ଟ୍ରେନ ଲାଇନଚ୍ୟୁତ……