ରିପୋର୍ଟ କାର୍ଡ / ଭୁବନେଶ୍ବର
ଡିଏଭି ପବ୍ଲିକ୍ ସ୍କୁଲ କଳିଙ୍ଗ ନଗରଠାରେ ପୂର୍ବତନ ଚେୟାରମ୍ୟାନ ତଥା ଓଡ଼ିଶା ଡିଏଭି ଆନ୍ଦୋଳନର କର୍ଣ୍ଣଧାର ଓ ଦୈ୍ୱତନଗରୀ ଡିଏଭି ବିଦ୍ୟାଳୟ ସମୂହର ମୁଖ୍ୟ ବିନ୍ଧାଣି ଇଂ ବିରେନ୍ ଚନ୍ଦ୍ର ପଟ୍ଟନାୟକଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ରଙ୍କ ସମେତ ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷିକା, ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଇଂ ବି.ସି. ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବୈଦିକ ରୀତି ଅନୁଯାୟୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଇଂ ପଟ୍ଟନାୟକଙ୍କ ସ୍ମୃତିଚାରଣ ଉପଲକ୍ଷେ ଆୟୋଜିତ ଇଂରାଜୀ ଓ ଓଡ଼ିଆ ଭାଷାରେ ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ ୧୪ଟି ଡି.ଏ.ଭି ବିଦ୍ୟାଳୟର ୨୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପରିଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..