Report Card Odisha

| Daily Odia News

ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରଠାରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ଦଶମ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ଅନୁଷ୍ଠିତ ହୋଇଥଲା । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଭାରତୀୟ ଯୋଗ ସଂସ୍ଥାନର ଯୋଗ ବିଷାରଦ କବି ପ୍ରସାଦ ମାହାପାତ୍ର ଯୋଗ ଦେଇ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗ ମୁଦ୍ରାର ପ୍ରଦର୍ଶିତ କରିଥିଲେ । ଉତ୍ସବରେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଏନ୍‌.ସି.ସି, ସ୍କାଉଟ ଗାଇଡ୍ ଏବଂ ରେଡକ୍ରସର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ବିଭିନ୍ନ ଯୋଗାସନ ଅଭ୍ୟାସ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଯୋଗଦିବସର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଉପରେ ଗୁରୁତ୍ୱଆରୋପ କରିଥିଲେ । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଯୋଗାସନ ପ୍ରଦର୍ଶନ କରିଥିଲେ । ଶେଷରେ ବିଦ୍ୟାଳୟ ତରଫରୁ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଯୋଗ ଶିକ୍ଷୟିତ୍ରୀ ଶୁଭଶ୍ରୀ ରାଉଳ, ଶାରୀରିକ ଶିକ୍ଷା ବିଭାଗର ଶିକ୍ଷକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଏ. ରବିଶଙ୍କର ତଥା ସଂଗୀତ ଶିକ୍ଷକ ରାଜକିଶୋର ଗୋଚ୍ଛାୟତ, ଶିକ୍ଷକ ନିଗମାନନ୍ଦ ମିଶ୍ର ଓ ଆନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ କରିଥିଲେ ।

Breaking News