ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଚୋରି ମାମଲା ବୃଦ୍ଧି ପାଉଛି । ଚୋରମାନେ ଲୋକଙ୍କ ଘରେ ପଶି ସୁନା ଚୋରି କରିନେଇ ବିକ୍ରି କରୁଥିବା ଦେଖାଯାଉଛି । ଏହି ମାମଲାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ ଏକ ଗ୍ୟାଙ୍ଗକୁ ଗିରଫ କରିବା ସହିତ ବଡ଼ ଗୁମର ଖୋଲିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଡକାୟତି, ସିନ୍ଧି ଚୋରି ଓ ସୁନା ଚେନ୍ ଲୁଟ୍ କରୁଥିବା ଜଣାପଡ଼ିଛି । ସୁନା ଦୋକାନୀ ମାନେ ଚୋରଙ୍କଠାରୁ ଶସ୍ତାରେ ସୁନା କିଣୁଛନ୍ତି | ଗତ ୬ ବର୍ଷରେ ରାଜଧାନୀର ୮୦ରୁ ଅଧିକ ସୁନା ଦୋକାନୀ ଗିରଫ ହୋଇଥିବା ବେଳେ ସୁନା ଦୋକାନୀଙ୍କୁ ତାଗିଦ୍ କରିଛନ୍ତି ଡିସିପି । ଏନେଇ ସୁନା ଦୋକାନୀଙ୍କ ପାଇଁ ଏକ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ସୁନା କିଣିବା ସମୟରେ ରସିଦ୍ ରଖିବାକୁ ଦୋକାନୀଙ୍କୁ କୁହାଯାଇଛି । ନିୟମ ନ ମାନିଲେ ସୁନା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଦୋକାନ ଲାଇସେନ୍ସ ବାତିଲ କରାଯିବା ସହିତ ଦୋକାନକୁ ମଧ୍ୟ ସିଲ୍ କରଯାଇପାରେ ବୋଲି କୁହାଯାଇଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..