ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଅପରେସନ୍ ଏପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇ କ୍ୟାପିଟାଲ୍, ସମ୍, କିମ୍ସ, ହାଇଟେକ୍ ଓ ଆମ୍ରି ହସ୍ପିଟାଲ୍ରେ ଥିବା ୩୯ ମୃତଦେହକୁ ଗତକାଲି ଏମ୍ସ ସ୍ଥାନାନ୍ତର କରାଯାଇଛି। ଡାକ୍ତର, ହସ୍ପିଟାଲ୍ର ଅନ୍ୟାନ୍ୟ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରିଥିବା ବେଳେ ଏମ୍ସରେ ଏବେ ସୁଦ୍ଧା ସମୁଦାୟ ୧୬୨ଟଇ ମୃତଦେହ ପହଞ୍ଚିିଛି। ସେଥିମଧ୍ୟରୁ ୭୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟମାନଙ୍କୁ ପ୍ରଦାନ କରାଯାଇଛି। ତେବେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି।






More Stories
ଖଣି ନିଲାମ ପ୍ରକ୍ରିୟା ଆରମ୍ଭ…..
ପ୍ରବଳ ବର୍ଷିବ: ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ……
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍ସିର ଅବମାନନା…..