ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭଟାଖମାର ଗାଁ ନିକଟ ସାନ୍ଦୁଲ ନଦୀ ପଠାରୁ ମୃତଦେହ ଉଦ୍ଧର ହୋଇଛି। ମୃତକ ହେଲେ ୫୫ ବର୍ଷୀୟ ଶଙ୍କର ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ- ଶଙ୍କର ଜଣେ ମାନସିକ ରୋଗୀ ଥିବା ଜଣାପଡିଛି । ଗତ ୧୫ ଦିନ ହେଲା ଶଙ୍କର ନିଖୋଜ ଥିଲେ । କୌଣସି ଖୋଜଖବର ମିଳିନଥିଲା। ଶେଷରେ ଆଜି ନଦୀପଠାରୁ ଶଙ୍କରଙ୍କ ମୃତଦେହ ଠାବ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ଏହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ନର୍ଲା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..