ରିପୋର୍ଟ କାର୍ଡ / ଭୁବନେଶ୍ବର
ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା କଟକ ଜିଲ୍ଲା ଚୌଦ୍ୱାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ ମିଳିଛି । ସ୍ଥାନୀୟ ପୋଲିସ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ସହ ଯାଇଥିବା ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଥିବା ଜଣାପଡିଛି। ଏହାସହ ବିଷ୍ଣୁଙ୍କ ଗ୍ରୁପରେ ଯାଇଥିବା ଅନ୍ୟ ୨ ଜଣ ଡାକ୍ତର ସ୍ୱୀକୃତି ମହାପାତ୍ର ଓ ଡାକ୍ତର ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ସୂଚନା ମୁତାବକ, ବିଷ୍ଣୁ ପ୍ରସାଦ ତାଙ୍କ ପତ୍ନୀଙ୍କ ସହ ଗ୍ରୁପରେ ବେଙ୍ଗାଲୁରୁରୁ ୱାୟନାଡ ବୁଲିିବାକୁ ଯାଇଥିଲେ। ହେଲେ ସୋମବାର ରାତିରେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ଭୀଷଣ ଭୂସ୍ଖଳନ ହେବାରୁ ସେ ଓ ତାଙ୍କ ସାଥୀ ଡାକ୍ତର ନିଖୋଜ ହୋଇଯାଇଥିଲେ। ବିଷ୍ଣୁଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଥିଲେ ବି ସେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।






More Stories
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……