ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇଏଲଏସ୍ କାର୍ଯ୍ୟାଳୟରେ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ମରଶରୀର ପହଞ୍ଚିଛି । ସେଠାରେ ଶେଷ ଦର୍ଶନ ପରେ ଜନ୍ମମାଟି ଯାଜପୁରରେ ତାଙ୍କର ଶେଷକୃତ୍ୟ ହେବ । ଯାଜପୁରର ଭଗବାନପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଗତକାଲି ଗୌହାଟିରେ ହୃଦଘାତ ଯୋଗୁ ଡା. ଅଜୟ ପରିଡାଙ୍କ ପରଲୋକ ହୋଇଥିଲା । ସୂଚନା ଅନୁଯାୟୀ ଡା. ଅଜୟ ପରିଡ଼ା ଏକ ସରକାରୀ କାର୍ଯ୍ୟକ୍ରମରେ ଗୌହାଟୀ ଗସ୍ତରେ ଥିଲେ । ସେଠାରେ ତାଙ୍କର ଏକ କନଫରେନ୍ସିଂରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ରାତିରେ ସେ ଶୋଇଥିବା ବେଳେ ହୃଦଘାତ ଯୋଗୁ ତାଙ୍କର ସେଠାରେ ପରଲୋକ ହୋଇଥିଲା । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଖବର ପାଇ ଗୌହାଟୀ ଅଜୟଙ୍କ ପାରିବାର ଲୋକ ପହଞ୍ଚିଥିଲେ । ତେବେ ଆଜି ତାଙ୍କ ପ୍ରାର୍ଥିବ ଶରୀର ଓଡ଼ିଶା ଆସିବା ପରେ ଆଇଏଲଏସ୍ କାର୍ଯ୍ୟାଳୟରେ ପହଞ୍ଚିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….