ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଯୁକ୍ତ ୨ରେ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। ଚଳିତଥର ମାଟ୍ରିକ ପାସ୍ ହାର ବଢିଛି। ତେଣୁ ଭଲ ମହାବିଦ୍ୟାଳୟରେ ଆସନ ମିଳିବ ନା ନାହିଁ, ସେନେଇ ଛାତ୍ରଛାତ୍ରୀଙ୍କୁ ଆଶଙ୍କା ଘାରିଛି। କାରଣ କଟ୍ ଅଫ୍ ମାର୍କ ଏଥର ଅଧିକ ଯାଇପାରେ। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ ପ୍ରତିଶତ। ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ହଜାର ୧୧୯ ଜଣ ଛାତ୍ରଛାତ୍ରୀ । ଯାହାକି ବିଗତ ବର୍ଷଗୁଡିକ ଠାରୁ ଯଥେଷ୍ଟ ଅଧିକ। ଏହାବାଦ୍ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧୀନରେ ଥିବା କଲେଜରେ ନାମ ଲେଖାଇବେ।






More Stories
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..
ଓଡ଼ିଶାକୁ ଜାରି ହେଲା ଆଲର୍ଟ…..
ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ…..