ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖ୍ରୀଷ୍ଟମାସ ବଜାରରେ ୭୦ ଜଣଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ଜଣେ ଡାକ୍ତର। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬୮ ଜଣ ଏଥିରେ ଆହତ ହୋଇଛନ୍ତି। ଜର୍ମାନୀର ମାଗଡେବର୍ଗ ସହରରେ ଥିବା ଖ୍ରୀଷ୍ଟମାସ ବଜାରରେ ଏହି ଘଟଣା ଘଟିଛି। ଏଥିରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ କାରକୁ ଜବତ କରିଛି। ଅଭିଯୁକ୍ତ ୨ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ୫୦ ବର୍ଷୀୟ ଡାକ୍ତର ବୋଲି ଜଣାପଡ଼ିଛି। ଡାକ୍ତର ଜଣକ ସାଉଦି ଆରବର। ସେ ୨ ବର୍ଷ ହେବ ଜର୍ମାନୀରେ ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଥିଲେ। ଏହା ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ଏହି ଘଟଣାକୁ ସାଉଦି ଆରବ ପକ୍ଷରୁ ନିନ୍ଦା କରାଯାଇଛି। ଘଟଣାର ଭୟଙ୍କର ଦୃଶ୍ୟ ସମ୍ବଳିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଏକ ଦ୍ରୁତଗାମୀ କାର ହଠାତ ଭିଡ଼ ଭିତରେ ପଶି ଲୋକଙ୍କୁ ଦଳିଚକଟି ଫେରାର ହୋଇଯାଉଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..