ରିପୋର୍ଟ କାର୍ଡ / କଟକ
କଟକ ଆଠଗଡ଼ ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରୁ ଆଉ ଏକ ହାତୀ କଙ୍କାଳ ଠାବ କରାଯାଇଛି । କଙ୍କାଳଟି ଏକ ଦନ୍ତା ହାତୀର ହୋଇଥିବା ଜଣାପଡ଼ିଥିବା ବେଳେ ମାତ୍ର କଙ୍କାଳ ନିକଟରୁ ଦାନ୍ତ ମିଳିନାହିଁ । ସୂଚନା ମୁତାବକ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ୨ଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା । ସେହି ଘଟଣାର ତଦନ୍ତ ଚାଲିଥିବା ବେଳେ ବର୍ତ୍ତମାନ ୩ୟ ହାତୀର କଙ୍କାଳ ଠାବ ହୋଇଛି । ଯାହାକୁ ନେଇ ହାତୀଙ୍କ ବଂଶ ରହିବ କି ନାହିଁ ସେନେଇ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସ୍ୱୀକାର କରିଥିବା ବେଳେ ତଦନ୍ତର ତଥ୍ୟ ଆଧାରରେ ଆଉ ଏକ କଙ୍କାଳ ମିଳିଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ଘଟଣାରେ ସମ୍ପୃକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..