Report Card Odisha

| Daily Odia News

୧୪ ଦିନ ପୂର୍ବରୁ ସରିଲା ଲୋକସଭା…

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୪ଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଂଚଳର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ଲୋକସଭାକୁ ଅନିର୍ଦ୍ଧିଷ୍ଟ କଲା ଯାଏଁ ମୁଲତବୀ ଘୋଷଣା କରାଯାଇଛି। ଆଗକୁ ବିଧାନସଭା ନିର୍ବାଚନଥିବାରୁ ୧୪ ଦିନ ପୂର୍ବରୁ ଲୋକସଭାକୁ ଶେଷ ହୋଇଛି | ମାର୍ଚ୍ଚ ୮ରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଏପ୍ରିଲ୍ ୮ରେ ଶେଷ ହେବାର ଥିଲା । ଆଜି ଲୋକସଭାରେ ବହୁ ଦଳର ସାଂସଦ ସେମାନଙ୍କ ଦଳ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ନିକଟକୁ ଯାଇ ଏହି ଅଧିବେଶନକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡେରେକ ଓ’ବ୍ରାଇନ୍ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଚଳିତ ଅଧିବେଶନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୨୯ରେ ଆରମ୍ଭ ହୋଇ ଫେବୃଆରୀ ୨୯ରେ ଶେଷ ହୋଇଥିଲା। ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରୀରେ ନିର୍ବାଚନ ଅନୁଷ୍ଠିତ ହେବ।

Breaking News