ରିପୋର୍ଟ କାର୍ଡ / ପୁରୀ
ଜୁନ୍ ୨୪ରେ ମହାପ୍ରଭୁ ଜଗନାଥଙ୍କ ଦେବ ସ୍ନାନା ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ କରାଯାଇଛି । ଦଇତାପତି ନିଯୋଗ ସେକ୍ରେଟାରୀ ଦୁର୍ଗା ପ୍ରସାଦ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଭୁଙ୍କ ପହଣ୍ଡି ରାତି ୧.୩୦ ରୁ ଆରମ୍ଭ ହୋଇ ଭୋର ୪ ଟା ସୁଦ୍ଧା ଶେଷ ହେବ। ଏନେଇ ଶୁକ୍ରବାର ରାତିରେ ଦଇତାପତି ନିଯୋଗ ସହ ପୁରୀ ଜିଲ୍ଲାପାଳ ଏବଂ ଡେପୁଟି ଚିଫ୍ ଆଡମିନିଷ୍ଟ୍ରେଟର (ଏସଜେଟିଏ), ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ମହାପାତ୍ର କହିଛନ୍ତି ଯେ ପରବର୍ତ୍ତୀ ବୈଠକରେ ପହଣ୍ଡି ପରର ଅନ୍ୟାନ୍ୟ ରୀତିନୀତି ନେଇ କାର୍ଯ୍ୟ ସୂଚୀ ଅନୁମୋଦନ ହେବ।






More Stories
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..