ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଭାଜପା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ଯାଞ୍ଚ ସମୟରେ ତାଙ୍କ ଦାଖଲ କରିଥିବା ସମସ୍ତ ଦସ୍ତାବେଜ ଓ ପ୍ରସ୍ତାବକଙ୍କ ବିବରଣୀ ସଠିକ୍ ଥିବାରୁ ତାଙ୍କର ଚାରିଟି ସେଟ୍ ପ୍ରାର୍ଥିପତ୍ରକୁ ବୈଧ ବୋଲି ଘୋଷଣା କରାଯାଇଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ନିକଟରେ ଭାଜପା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ହୋଇଥିବା ଯାଞ୍ଚ ପ୍ରକ୍ରିୟାରେ ତାଙ୍କର ଚାରିଟି ସେଟ୍ ପ୍ରାର୍ଥିପତ୍ରର ସମୀକ୍ଷା କରାଯାଇଥିଲା। ଯାଞ୍ଚ ପରେ ସମସ୍ତ ପ୍ରାର୍ଥିପତ୍ର ନିର୍ବାଚନୀ ନିୟମାବଳୀ ଅନୁଯାୟୀ ଥିବାରୁ ସେଗୁଡ଼ିକୁ କାଏମ୍ ରଖାଯାଇଛି। ଏହା ସହିତ ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିତ୍ୱ ଆନୁଷ୍ଠାନିକ ଭାବେ ବୈଧ ହୋଇଛି। ନାମାଙ୍କନ ପ୍ରତ୍ୟାହାର ଅବଧି ଶେଷ ହେବା ପରେ ନିର୍ବାଚନୀ ଚିତ୍ର ଆହୁରି ସ୍ପଷ୍ଟ ହେବ।






More Stories
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..
ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ଅନୁମୋଦନ……