Report Card Odisha

| Daily Odia News

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ…..

ରିପୋର୍ଟ କାର୍ଡ/ଭୁବନେଶ୍ୱର 

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ। ୧୦୮କୁମ୍ଭ ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ପହଣ୍ଡି, ସ୍ନାନ ଓ ହାତୀବେଶ କରିବାକୁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ସୂଚନା ମୁତାବକ-

ମଙ୍ଗଳାର୍ପଣ- ଆଜି ରାତି ୩.୩୦ ରେ ହୋଇଥିଲା |

ପହଣ୍ଡି- ଆଜି ରାତି ୪ଟାରୁ ଆରମ୍ଭ ହୋଇ ସକାଳ ୬ ସୁଦ୍ଧା ଶେଷ ହୋଇଛି |

ମଙ୍ଗଳା ଆଳତି- ସକାଳ ୮.୧୦

ମଇଲମ- ସକାଳ ୮.୧୫

ତଡପଲାଗି- ସକାଳ ୮.୨୫

ଅଧରପୋଛା- ସକାଳ ୮.୪୫

ଅବକାଶ- ଦିନ ୯.୨୦

ରୋଷ ହୋମ- ଦିନ ୯.୩୦

ଜଳବିଜେ, ପୂଜା ଓ ସ୍ନାନ- ଦିନ ୧୧.୨୦ରୁ ଦିନ ୧୨.୪୫

ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ- ଦିନ ୧.୫୦

ଛେରା ପହଁରା- ଦିନ ୨.୦୦

ହାତୀବେଶ- ଦିନ ୨.୪୦

ମହନ୍ତ ଶାଢ଼ିବନ୍ଧା- ଦିନ ୩.୦୦

ସକାଳ ଧୂପ – ଦିନ ୪.୪୫ରୁ ୬.୨୦

ସାହାଣମେଲା- ସନ୍ଧ୍ୟା ୬ରୁ ରାତି ୯ଟା

ମଇଲମ, ପୁଷ୍ପାଞ୍ଜଳି, ଡୋରଲାଗି- ରାତି ୧୦ଟ

ବାହୁଡ଼ା ପହଣ୍ଡି- ରାତି ୧୦ରୁ ରାତି ୧ଟା ଭିତରେ ଶ୍ରଦ୍ଧାଳୁମାନେ ସମସ୍ତ ନୀତି ଓ ଦୁର୍ଲଭ ହାତୀବେଶକୁ ବଡଦାଣ୍ଡରୁ ଦେଖିପାରିବେ। ଏହାଛଡ଼ା ସାହାଣମେଲା ସମୟରେ ଲାଇନ୍‌ରେ ଯାଇ ଆନନ୍ଦବଜାର ସ୍ଥିତ ସ୍ନାନମଣ୍ଡପ ନିକଟରୁ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଯାତାୟତ ନିମନ୍ତେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିବା ମଧ୍ୟ ସୂଚନା ମିଳିଛି।

 

 

 

 

 

|

Breaking News