ରିପୋର୍ଟ କାର୍ଡ / ମୁମ୍ବାଇ
କୃଷକ ଆନ୍ଦୋଳନ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାଓ୍ବତଙ୍କ ସମସ୍ୟା ବଢିବାରେ ଲାଗିଛି। ପୂର୍ବରୁ ବିଜେପି କଙ୍ଗନାଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି | ଏବେ ଗ୍ୱାଲିଅରର କୃଷକମାନେ କୃଷକ ଆନ୍ଦୋଳନ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ କଙ୍ଗନାଙ୍କୁ ମାନହାନୀ ନୋଟିସ୍ ପଠାଇଛନ୍ତି। ଗ୍ୱାଲିଅରର କୃଷକ ନେତାଙ୍କ ଦ୍ଵାରା ସାଂସଦ କଙ୍ଗନା ରାଣାଓ୍ବତଙ୍କ ନିକଟକୁ କୃଷକ ଆନ୍ଦୋଳନ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ପଠାଯାଇଥିବା ନୋଟିସ୍ରେ କୁହାଯାଇଛି ଯେ, ଯଦି ସାତ ଦିନ ମଧ୍ୟରେ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ନ ମାଗନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଙ୍ଗନାଙ୍କୁ ମାନହାନୀ ନୋଟିସ୍ ପଠାଇଥିବା ଓକିଲ ବିଶ୍ୱଜିତ ରତୌନିୟା କହିଛନ୍ତି ଯେ, ୩୮୦ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ପ୍ରାୟ ୭୫୦ କୃଷକ ନିଜ ଜୀବନ ଦେଇଛନ୍ତି, ଯେଉଁଥିପାଇଁ ଦେଶର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା ଏବଂ କୃଷକ ଆଇନର ତିନିଟି ବିଲ୍କୁ ପ୍ରତ୍ୟାହାର କରିବାକୁ ପଡ଼ିଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହାକୁ ମଳିନ କରାଯାଉଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……