ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ବର୍ଷ ମାଧ୍ୟମିକ ଶିକ୍ଷକ ବଦଳି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମାଧ୍ୟମିକ ନିର୍ଦ୍ଦେଶାଳୟର ନିୟମାନୁସାରେ, ଜୁନ୍ ୨୬ରୁ ୩୦ ମଧ୍ୟରେ ଅନଲାଇନ ଆବେଦନ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରକାଶ ପାଇ ଜୁଲାଇ ୧ରୁ ୭ ମଧ୍ୟରେ ଯୋଗଦାନ ହେବାର ଥିଲା। କିନ୍ତୁ, ଅଗଷ୍ଟ ମାସ ଆରମ୍ଭ ହୋଇଥିଲେ ମଧ୍ୟ ବଦଳି ତାଲିକା ପ୍ରକାଶ ନହେବାରୁ ଶିକ୍ଷକମାନେ ହତାଶ ହେଉଛନ୍ତି। ବିଭାଗୀୟ ସମନ୍ୱୟର ଅଭାବ ଓ ନିର୍ଦ୍ଦେଶାଳୟର କ୍ୟାଲେଣ୍ଡର ଅନୁପାଳନ ନହେବା ଏହି ବିଳମ୍ବର କାରଣ ବୋଲି ଅଭିଯୋଗ ହେଉଛି। ଶିକ୍ଷକମାନେ ଉଚ୍ଚ ଅଧିକାରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ସମାଧାନ ହୋଇନାହିଁ। ବଦଳି ଅନିଶ୍ଚିତତା ଯୋଗୁଁ ଶିକ୍ଷକମାନେ ନିଜ ପିଲାଙ୍କ ସ୍କୁଲ ଆଡମିଶନ ନେଇ ମାନସିକ ଚାପରେ ରହିଛନ୍ତି। ଶିକ୍ଷକ ସଂଘ ରାଜ୍ୟ ସରକାର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ତୁରନ୍ତ ବଦଳି ଆଦେଶ ପ୍ରକାଶ କରିବାକୁ ନିବେଦନ କରିଛନ୍ତି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..