ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ରେଲଓ୍ୱେ ଷ୍ଟେସନରୁ ଧରାପଡିଲା ଲସ୍କର ଆତଙ୍କୀ। ଜମ୍ମୁ-କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବା ମଡ୍ୟୁଲର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି। ଦିଲ୍ଲୀର ଏକ ରେଲଓ୍ୱେ ଷ୍ଟେସନରୁ ଏହି ଲସ୍କାର ଆତଙ୍କବାଦୀକୁ ଦିଲ୍ଲୀ ରେଲଓ୍ୱେ ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଜଣକ ହେଉଛି ଜଣେ ଅବସରପ୍ରାପ୍ତ ସୈନିକ। ତା’ ନାଁ ରିଆଜ ଅହମ୍ମଦ ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଓ ଅନେକ ସିମ୍ କାର୍ଡ ଜବତ ହୋଇଛି। ଧରାପଡିଥିବା ଆତଙ୍କବାଦୀ ରିଆଜ ଅହମ୍ମ ହେଉଛି ଜମ୍ମୁକଶ୍ମୀର କୁପଓ୍ୱାଡାର ବାସିନ୍ଦା। ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଫେବ୍ରୁଆରୀ ୪ ତାରିଖରେ ନୂଆ ଦିଲ୍ଲୀର ରେଲଓ୍ୱେ ଷ୍ଟେସନରୁ ରିଆଜକୁ ଗିରଫ କରିଥିଲା। ରିଆଜ ଏଲ୍ଓସି ଆରପଟୁ ହ୍ୟାଣ୍ଡଲର ହତିଆର ଓ ଗୋଳା ବାରୁଦ ପଠାଉଥିଲା। ସେ ଆତଙ୍କବାଦୀମାନଙ୍କ ମୁଖ୍ୟ ଖୁର୍ସିଦ ଅହମ୍ମଦ ରାଥର ଓ ଗୁଲାମ ସରଓ୍ୱର ରାଥର ସହ ମିଶି ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ପ୍ଳାନରେ ସାମିଲଥିଲା ବୋଲି ଜଣାପଡିଛି |






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……