ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷାରେ ତ୍ରୁଟି ଘଟଣା ସାମ୍ନାକୁ ଆସିଛି। ନକଲି ପରିଚୟପତ୍ର ସାହାଯ୍ୟରେ ଜଣେ ଯୁବକ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସ ଯୁବକୁ ଗିରଫ କରିଛି ଏବଂ ତାକୁ ମିଳିତ ଭାବେ ପଚରାଉଚରା କରାଯାଉଛି। ସୂଚନା ଅନୁସାରେ, ନକଲି ପରିଚୟ ପତ୍ର ସାହାଯ୍ୟରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକକୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତର ନାମ ଆଦିତ୍ୟ ପ୍ରତାପ ସିଂହ। ତେବେ ଆଦିତ୍ୟ କେଉଁ ଉଦ୍ଦେଶ୍ୟରେ ନକଲି ପରିଚୟପତ୍ରରେ ପ୍ରବେଶ କରିିଥିଲା, ସେନେଇ ପୁଲିସ ଯାଞ୍ଚ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆତଙ୍କୀ କୋଣ ନେଇ କୌଣସି ସୂଚନା ମିଳିନାହିଁ। ଖବର ମୁତାବକ, ସେ କାହାକୁ ଠକିବା ଉଦ୍ଦେଶ୍ୟରେ ଭିତରକୁ ପ୍ରବେଶ କରିଥିଲା। ସ୍ୱତନ୍ତ୍ର ସେଲ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅଭିଯୁକ୍ତକୁ ପଚରାଉଚରା କରିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୧୩ରେ ଲୋକସଭାରେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେସ୍କକୁ ଡେଇଁଥିଲେ ଏବଂ ରଙ୍ଗୀନ ଧୂଆଁ ଛାଡ଼ିଥିଲେ। ଏହି ସମୟରେ ପୁରା ହଲ୍ ଧୂଆଁମୟ ହୋଇଯାଇଥିଲା। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……