Report Card Odisha

| Daily Odia News

ଭାଜପାରେ ସାମିଲ ହେବେ କମଲନାଥ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ରାଷ୍ଟୀୟ ଅଧିବେଶନ ସମ୍ପର୍କରେ ଭୋପାଳ ଭାଜପା ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି, ଦେଶ ତଥା ସମାଜର ହିତ ପାଇଁ କାମ କରିବାକୁ ଚାହୁଁଥିବା ବ୍ୟକ୍ତି ସ୍ବାଗତଯୋଗ୍ୟ। ଯଦି କମଲନାଥ ଭାଜପାରେ ଯୋଗଦେବାକୁ ଚାହାଁନ୍ତି, ତେବେ ତାଙ୍କ ପାଇଁ ଦ୍ୱାର ଖୋଲା ଅଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମଧ୍ୟପ୍ରଦେଶ ଭାଜପାସଭାପତି ଭିଡି ଶର୍ମା କହିଛନ୍ତି , ରାମମନ୍ଦିର ପ୍ରାଣପ୍ରତିଷଡ୍ଠା ନିମନ୍ତ୍ରଣକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏଥିରେ ରାଗିଛନ୍ତି। କଂଗ୍ରେସ ପ୍ରଭୁ ରାମଙ୍କୁ ଅପମାନିତ କରିଛି ଏବଂ କଂଗ୍ରେସରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହା ଦ୍ୱାରା ଆଘାତ ପାଇଛନ୍ତି ଏବଂ ଆମେ ଅନୁଭବ କରୁଛୁ ଯେ ସେମାନଙ୍କୁ ଏକ ସୁଯୋଗ ମିଳିବା ଉଚିତ୍‌।

 

Breaking News