ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ତଥା ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁଇ ଦିଦ ତଳେ ପ୍ରଫୁଲ୍ଲଙ୍କ ଘର ସମେତ ୧୦ଟ ସ୍ଥାନରେ ଇଡି ରେଡ୍ କରିଥିବା ବେଳେ ଏବେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଥିବା ଜଣାଯାଇଛି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଥିବା ଜଣାଯାଇଛି। ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଉଭୟଙ୍କୁ ସମନ କରିଛି ଇଡି। କେଉଁ ତାରିଖରେ ବିଜେଡି ବିଧାୟକ ଓ ତାଙ୍କ ପୁଅ ଇଡିରେ ହାଜର ହେବେ ସେନେଇ ସ୍ପଷ୍ଟ ହୋଇନାହିଁ। ଦୁଇ ଦିନ ତଳେ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।






More Stories
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ଟାଣି ନେଲା କୁମ୍ଭୀର…..
ବଢ଼ିଲା ସୌରିନ୍ ଭଟ୍ଟଙ୍କ ଅଡୁଆ…..