ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇଦେବାକୁ ଶୁକ୍ରବାର ମେଲ୍ ଯୋଗେ ଧମକ ମିଳିଛି । ପୂର୍ବରୁ ଦିଲ୍ଲୀ ସ୍କୁଲ୍କୁ ବୋମା ଧମକ ମିଳିବା ପରେ ଏବେ ହାଇକୋର୍ଟକୁ ମିଳିଛି ଧମକ । ମେଲ୍ ପାଇବା ମାତ୍ରେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ଯାଞ୍ଚ ଆରମ୍ଭ କରିଛନ୍ତି । କୋର୍ଟ ପରିସରକୁ ମଧ୍ୟ ଖାଲି କରିଛନ୍ତି। ଜଜ୍, ଓକିଲ ସମେତ ସମସ୍ତ ଲୋକଙ୍କୁ ପରିସରୁ ବାହାରକୁ ଅଣାଯାଇଛି ।ଦୁର୍ବୃତ୍ତମାନେ ଦିଲ୍ଲୀ ପୋଲିସକୁ ଇମେଲ୍ ଯୋଗେ ଏହି ଧମକ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ୩ଟି ରୁମରେ ବିସ୍ଫୋରଣ ଧମକ ପୋଲିସ ପାଇଛି। ପ୍ରାୟ ୧୧ଟାରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ୨ ଟା ସୁଦ୍ଧା କୋର୍ଟ ଖାଲି କରିବାକୁ ଧମକ ଦେଇଛନ୍ତି। କୋର୍ଟରେ ଥିବା ସିସି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ମେଲ୍ରେ ଉଲ୍ଳେଖ ରହିଛି, ବିଚାରପତି କୋଠରୀ ଏବଂ କୋର୍ଟ ପରିସରରେ ୩ଟି ବୋମା ରଖାଯାଇଛି, ଅପରାହ୍ନ ୨ଟା ସୁଦ୍ଧା ପରିସର ଖାଲି କରନ୍ତୁ। ପ୍ରଥମେ ହିନ୍ଦୀ ଓ ପରେ ସମ୍ପୂର୍ଣ୍ଣ ମେଲ୍ ଇଂରାଜୀରେ ଲେଖାଯାଇଛି ।
More Stories
ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ୍ ଚେତାବନୀ…..
ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସି .ପି ରାଧାକୃଷ୍ଣନ…..
ନେପାଳର ଦାୟିତ୍ୱ ନେବେ ସୁଶୀଳା କାର୍କୀ….