ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ନୀତି ମାମଲାରେ ଗିରଫ ହୋଇ ଜେଲରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାମଲାର ଶୁଣାଣି ଆଜି ସୁପ୍ରିମ୍କୋର୍ଟରେ ହେବ। ଦିଲ୍ଲୀରେ ଲୋକସଭା ନିର୍ବାଚନକୁ ଆଉ ସାତ ସପ୍ତାହରୁ କମ୍ ସମୟ ଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫଦାରୀ ବିରୋଧରେ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଦିଲ୍ଲୀର ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା।






More Stories
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..
ଇରାନର ୩ ସର୍ତ୍ତ ମାନିଲେ ବଞ୍ଚିବ…..