ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ଉପରେ ଅଙ୍କୁଶ ଲଗାଯାଇଛି । ଜୁନ ୧୪ ଯାଏ ଅର୍ଥାତ ୬୧ ଦିନ ପାଇଁ ଏହି କଟକଣା ଲାଗୁ ହୋଇଛି। ମତ୍ସ୍ୟସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ୱର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଓମ୍ଫ୍ରା ଆକ୍ଟ ବା ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ପାରାଦୀପରେ କେବଳ ୭ ଶହ ପାଖାପାଖି ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଯେଉଁଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……