ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ଆମ ଆଦ୍ମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଆପ୍ର ଏହି ପ୍ରାର୍ଥୀ ତାଲିକାରେ ରହିଛି ୬ଟି ସର୍ପ୍ରାଇଜ୍। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ପାଇଁ ୧୧ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବଡ଼ କଥା ହେଉଛି ବିଜେପି ଏବଂ କଂଗ୍ରେସରୁ AAP କୁ ଆସିଥିବା ୬ ଜଣଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ସରପ୍ରାଇଜ କରିଛି ଦଳ। ବ୍ରହ୍ମ ସିଂହ ତନଓ୍ୱରଙ୍କୁ ଛତ୍ରପୁର, ଅନିଲ ଝାଙ୍କୁ କିରାଡି, ବିବି ତ୍ୟାଗୀଙ୍କୁ ଲକ୍ଷ୍ମୀ ନଗରରୁ ଦଳ ଟିକେଟ୍ ଦେଇଛି। ଏମାନେ ବିଜେପି ଛାଡ଼ି ନିକଟରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଛତ୍ରପୁରରୁ ବର୍ତ୍ତମାନର ବିଧାୟକ କରତାର ସିଂହ ତନୱାର ବିଜେପିରେ ଯୋଗଦେବା ପରେ ବ୍ରହ୍ମ ସିଂହ ତନୱାରଙ୍କ ଉପରେ ବାଜି ଲଗାଇଛି ଆପ୍। ବ୍ରହ୍ମ ତନୱାର ମଧ୍ୟ ବିଜେପି ଛାଡି ଆପ୍ରେ ଯୋଗ ଦେଇଥିଲେ। ତାଙ୍କୁ ଦକ୍ଷିଣ ଦିଲ୍ଲୀର ଜଣେ ବଡ଼ ଗୁଜୁର ନେତା ବୋଲି ବିଶ୍ୱାସ କରାଯାଏ। ସେହିପରି ଜୁବୈର ଚୌଧୁରୀଙ୍କୁ ସିଲମପୁର, ବୀର ସିଂହ ଧିଙ୍ଗାନଙ୍କୁ ସୀମାପୁରି ଓ ସୁମେଶ ଶୌକିନଙ୍କୁ ମଟିୟାଲାରୁ ଆପ୍ ଆଦମୀ ପାର୍ଟି ଟିକେଟ୍ ଦେଇଛି। ଏହି ତିନି ଜଣ କଂଗ୍ରେସ୍ ଛାଡି ଆପ୍ରେ ସାମିଲ ହୋଇଥିଲେ। ଫେବୃଆରୀ ୨୦୨୫ରେ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୦ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ୭୦ଟି ସିଟ୍ ମଧ୍ୟରୁ ୬୨ଟିରେ ଜିତିଥିଲା।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….