ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ହୁହୁ ହୋଇ ଇନ୍ଧନ ଦର ବୃଦ୍ଧି ପାଉଛି | ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଛି | ଏହାକୁ ବିରୋଧକରି ଆଜିଠାରୁ ଦିଲ୍ଲୀ ଅଟୋ ଏବଂ ଟ୍ୟାକ୍ସି ଚାଳକ ସଂଘର ସଦସ୍ୟମାନେ ୨ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ଚାଳକ ସଂଘ ସବୁ ଯାତ୍ରୀ ଭଡ଼ା ବୃଦ୍ଧି ଏବଂ ‘ସିଏନ୍ଜି’ ଦର ହ୍ରାସ ପାଇଁ ଦାବି କରି ଆସୁଛନ୍ତି। ଗୋଟିଏ ଦିନ ଧର୍ମଘଟ କରିବେ ବୋଲି ଅଧିକାଂଶ ଚାଳକ ସଂଘ କହୁଥିବା ବେଳେ ‘ସର୍ବୋଦୟ ଡ୍ରାଇଭର୍ ଆସୋସିଏସନ୍ ଦିଲ୍ଲୀ’ର ସଦସ୍ୟମାନେ କହିଛନ୍ତି ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରହିବ। ସମୟାନ୍ତରରେ ଯାତ୍ରୀଭଡ଼ା ଦର ସଂଶୋଧନ କରିବା ପାଇଁ କମିଟି ଗଠନ କରିବା ଲାଗି ଦିଲ୍ଲୀ ସରକାର ଘୋଷଣା କରିବା ସତ୍ତ୍ବେ ଚାଳକ ସଂଘ ଧର୍ମଘଟ ପ୍ରତ୍ୟାହାର କରିବାକୁ ଅଗ୍ରାହ୍ୟ କରିଦେଇଛି। ‘ଦିଲ୍ଲୀ ଅଟୋରିକ୍ସା ସଂଘ’ର ସାଧାରଣ ସମ୍ପାଦକ ରାଜେନ୍ଦ୍ର ସୋନୀ କହିଛନ୍ତି, ‘ସିଏନ୍ଜି’ର ଦର ଅଭୁତପୂର୍ବ ଭାବେ ବୃଦ୍ଧି ପାଇବାରୁ ଅଟୋ ଏବଂ ଟ୍ୟାକ୍ସି ଚାଳକମାନେ ଖୁବ୍ ପ୍ରଭାବିତ ହୋଇଛନ୍ତି। ଆମର ଦାବି କେନ୍ଦ୍ର ଓ ଦିଲ୍ଲୀ ସରକାର ‘ସିଏନ୍ଜି’ କିଲୋପିଛା ୩୫ ଟଙ୍କା ରିହାତି ଦିଅନ୍ତୁ। ସେହିପରି, ଅଟୋ ଓ ଟ୍ୟାକ୍ସି ଚାଳନା ସହ ସମ୍ପୃକ୍ତ ଥିବା ଆହୁରି ଅନେକ ସଂଘ ମଧ୍ୟ ଧର୍ମଘଟରେ ଯୋଗ ଦେଉନାହାନ୍ତି। ‘କ୍ୟାପିଟାଲ୍ ଡ୍ରାଇଭର୍ ୱେଲ୍ଫେୟାର୍ ଆସୋସିଏସନ୍’ର ସଭାପତି ଚନ୍ଦୁ ଚୌରସିଆ ଗଣମାଧ୍ୟମକୁ କହିଛନ୍ତି, ‘ଗ୍ରାମୀଣ ସେବା’ ଏବଂ ‘ଇ-ରିକ୍ସା’ ୧୮ ଓ ୧୯ ତାରିଖରେ ହେଉଥିବା ଧର୍ମଘଟରେ ଯୋଗ ଦେଉନାହାନ୍ତି।






More Stories
ଲୌହ ମାନବ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…..
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଏନଡିଏ…..
ଫେବୃଆରୀ ୧୭ରୁ ସିବିଏସ୍ଇ ପରୀକ୍ଷା…..