ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ ଆଉ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଡାକ୍ତର ହେଲେ ବିଲାଲ ନାସିର ମଲ୍ଲା। ସେ ଦିଲ୍ଲୀ ବିସ୍ଫୋରଣ ଘଟଣାର ଅନ୍ୟତମ ଷଡଯନ୍ତ୍ରକାରୀ। ବିଲାଲ୍ ଆତ୍ମଘାତୀ ବିସ୍ଫୋରକ ଡାକ୍ତର ଉମର ନବିକୁ ସହାୟତା କରିଥିଲା। ଦିଲ୍ଲୀର ଲାଲକିଲାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଉମର ନବିର ଘର ଜାମ୍ମୁ-କାଶ୍ମୀର। ତେଣୁ ଉମରକୁ ବିଭିନ୍ନ ସମୟରେ ନେବା ଆଣିବା ଓ ଜିନିଷ ପତ୍ର ଯୋଗାଡ କରିବାରେ ବିଲାଲ୍ ସହଯୋଗ କରିଥିଲା। ଉମର ହରିୟାଣାର ଫରିଦାବାଦସ୍ଥିତ ଅଲ୍ ଫଲାହ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲା। ନଭେମ୍ବର ୧୦ (୧୦/୧୧) ବିସ୍ଫୋରଣ ଘଟଣାରେ ଏନଆଇଏ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କୁ ଗିରଫ କଲାଣି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..