ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ ନଷ୍ଟ କରୁଛନ୍ତି। ସେ ତାଙ୍କର ବେପାର କରନ୍ତୁ କି ନୂଆ ଦଳ କରିବାର ଥିଲେ କରନ୍ତୁ। ଯଦି ଚିଠି ଲେଖିଲ ତାହା ପଦାକୁ ଆସିଲା କାହିଁକି ବୋଲି ସୁର ପଚାରିଛନ୍ତି।ଅନ୍ୟପଟେ ଅନନ୍ତ ସେଠୀ କହିଛନ୍ତି, ହାଇକମାଣ୍ଡକୁ ଜଣାନ୍ତୁ, ମାତ୍ର ମିଡିଆକୁ ଆସିବା ଠିକ ହେଲାନି ।ମୁଁ ମୋକିମଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛି। ଜୟଦେବ ଜେନା ମଧ୍ୟ ମୋକିମଙ୍କ ସହ ଏକମତ ନୁହେଁ ବୋଲି କହିଛନ୍ତି। ଖାର୍ଗେଙ୍କ ବୟସକୁ ନେଇ ପ୍ରଶ୍ନ କରିବା ଠିକ୍ ହେଲାନି ଭାବୁଛି। ରାହୁଲଙ୍କୁ ଦେଖା କରିପାରିଲେନି କହିବା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ। ରାହୁଲ ସାରା ଦେଶ କଥା ବୁଝୁଛନ୍ତି, ମୁଁ ଲେଖିଥିବା ଚିଠିର ଉତ୍ତର ପାଇଛି। ତେଣୁ ଏହାକୁ ଏକ ଇସ୍ୟୁ କରିବା ବେକାର କଥା।






More Stories
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..