ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ | ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ ଏକ୍ସାଇଜ୍ ପଲିସି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କର ହେପାଜତ ଅବଧି ଶେଷ ହେବା ପରେ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ବିନୋଦ ଚୌହାନଙ୍କୁ ବିଆରଏସ ନେତା କବିତାଙ୍କ ସହାୟକ ମାଧ୍ୟମରେ ୨୫ କୋଟି ଟଙ୍କା ମିଳିଛି। ଅଭିଷେକ ବୋଇନପାଲୀଙ୍କ ଜରିଆରେ ଗୋଆ ନିର୍ବାଚନ ପାଇଁ ଟଙ୍କା ମିଳିଥିଲା । ଏଥିସହ ଚଳିତ ମାସ ଶେଷରେ ବିନୋଦଙ୍କ ବିରୋଧରେ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି।






More Stories
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..