ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫେବୃଆରୀ ୫ରେ ଦିଲ୍ଲୀର ପ୍ରାୟ ୧.୫୦ କୋଟିରୁ ଅଧିକ ଭୋଟର ୩ ପ୍ରମୁଖ ରାଜନୀତିକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୭ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ହେବ | ୮ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ୩ ପ୍ରମୁଖ ଦଳ ପାଇଁ କେବଳ ଗୋଟିଏ ଲଢ଼େଇ ନୁହେଁ, ବରଂ ବହୁତ କିଛି ଏହାର ଫଳାଫଳ ଉପରେ ନିର୍ଭର କରିବ।୧୦ ବର୍ଷ ହେଲା କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ପାଇଁ ଏହା ବଡ଼ ଲଢ଼େଇ। ଭାଗ୍ୟ ପରୀକ୍ଷା ଆଗରୁ ପ୍ରଭୁଙ୍କୁ ପୂଜାକଲେ କେଜ୍ରିୱାଲ୍ । ଭୋଟ୍ ପୂର୍ବରୁ ଭଗବାନଙ୍କ ଶରଣ ପଶିଛନ୍ତି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ । ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ୍ । ଜନତା ଜନାର୍ଦ୍ଦନ ବାଛିବେ ନେତା । ନିଜ ବହୁମୂଲ୍ୟ ମତଦାନ ଜରିଆରେ ପସନ୍ଦର ନେତା ବାଛିବାକୁ କାଲି ରାୟ ଦେବେ ଦିଲ୍ଲୀବାସୀ । ଆଉ ଏହି ମତଦାନ ପୂର୍ବରୁ ମହାବୀରଙ୍କ ଶରଣରେ ପଶିଛନ୍ତି କେଜ୍ରିୱାଲ୍ । ନିଜ ପରିବାର ସହ ଦିଲ୍ଲୀ ପ୍ରାଚୀନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଅରବିନ୍ଦ । ଦିଲ୍ଲୀ ପୁନଃଶ୍ଚ ଦଖଲ ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ । ଗତକାଲି ଏକ ଜନସଭାରେ କେଜ୍ରିଓ୍ୱାଲ କହିଥିଲେ, ତାଙ୍କ ଦଳ ଏଥର ଦିଲ୍ଲୀରେ ୫୫ରୁ ଅଧିକ ସିଟ୍ ଜିତିବ, ଯାହାକୁ ଏନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଦିଲ୍ଲୀରେ ସରକାର ବିରୋଧୀ ହାଓ୍ୱାକୁ ପଢିପାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ଯେଉଁ କାରଣରୁ ଏଥର ନିର୍ବାଚନରେ ତାଙ୍କର ସିଟ୍ ସଂଖ୍ୟା ପୂର୍ବ ନିର୍ବାଚନ ଅପେକ୍ଷା କମିବ ବୋଲି ସେ ଖୁଲମ୍ ଖୁଲା କହୁଛନ୍ତି । ଗତ ଦୁଇଟି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୬୦ରୁ ଅଧିକ ଆସନ ଜିତି ସରକାର ଗଢିଥିଲେ ବି, ଏଥର ଏହି ସଂଖ୍ୟା ୫୫ରେ ରହିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..