ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଜୋରରେ ଲାଗିଛି ଯେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ନିଆଁ ଲିଭା କାମ । କାରଖାନା ମାଲିକଙ୍କ କହିବା ଅନୁଯାୟୀ ରାତିରେ କାମ ପାଇଁ ରହିଥିବା ୬ କର୍ମଚାରୀଙ୍କର କୌଣସି ପତ୍ତା ମିଳୁନି। ଏଯାଏଁ କୌଣସି ଜୀବନହାନୀ ହୋଇଥିବା ନେଇ ଖବର ମିଳିନାହିଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।






More Stories
ଯଦି ମୁଁ ଆପଣଙ୍କ ଛାତ୍ର ହୋଇଥାନ୍ତି…..
ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ !…..
ସେପ୍ଟେମ୍ୱରରେ ପୁଣି ବଡ଼ ଆନ୍ଦୋଳନ…..