ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଜୋରରେ ଲାଗିଛି ଯେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ନିଆଁ ଲିଭା କାମ । କାରଖାନା ମାଲିକଙ୍କ କହିବା ଅନୁଯାୟୀ ରାତିରେ କାମ ପାଇଁ ରହିଥିବା ୬ କର୍ମଚାରୀଙ୍କର କୌଣସି ପତ୍ତା ମିଳୁନି। ଏଯାଏଁ କୌଣସି ଜୀବନହାନୀ ହୋଇଥିବା ନେଇ ଖବର ମିଳିନାହିଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
More Stories
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….