Report Card Odisha

| Daily Odia News

ବାଣ ଫୁଟାଇଲେ କିମ୍ବା କିଣିଲେ ଜରିମାନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଲାଗିରହିଛି | ଦୀପାବଳିରେ ଅଧିକ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ଅଧିକ ହେବ | ଏହାକୁ ଦୃଷ୍ଟିରେରଖି ବାଣ ଫୁଟାଇବା ଏବଂ କିଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି | ଏନେଇ ଆଜି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ ବୋଲି ଶୁଣାଇଛନ୍ତି। ମନ୍ତ୍ରୀଙ୍କ କହିବାନୁଯାୟୀ, ଯଦି କୌଣସି ବ୍ୟକ୍ତି ବାଣ ଫୁଟାଇବା କିମ୍ବା କିଣିବା ବେଳେ ଧରାପଡ଼ନ୍ତି, ତାହେଲେ ତାଙ୍କୁ ୨୦୦ ଟଙ୍କା ଜୋରିମାନା ସହ ୬ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଦୀପାବଳିରେ ଦିଲ୍ଲୀରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୋଟ୍‌ ୪୦୮ ଦଳ ଗଠନ କରାଯାଇଛି |

Breaking News