ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବରୁ ମଦ୍ୟପାନର ସର୍ବନିମ୍ନ ବୟସ ସୀମା ୨୫ ଥିଲା | ଏହାକୁ ପରିବର୍ତ୍ତନ କରିଛନ୍ତି ଦିଲ୍ଲୀ ସରକାର | ଏଣିକି ୨୫ ବର୍ଷ ନୁହେଁ ବରଂ ୨୧ ବର୍ଷର ଯୁବକ-ଯୁବତୀ ମଧ୍ୟ ମଦ୍ୟପାନ କରିପାରିବେ ବୁଲି ନିଷ୍ପତିନେଇଛନ୍ତି ଦିଲ୍ଲୀ ସରକାର। ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ପରେ ଏବେ ଦିଲ୍ଲୀରେ ମଧ୍ୟ ମଦ୍ୟପାନର ବୟସସୀମା ୨୧ ବର୍ଷ ହୋଇଯାଇଛି । ଏହା ସହିତ କମ୍ ବୟସ ଅର୍ଥାତ ନାବାଳକ ମଦ ପିଇବା ନେଇ କଠୋର ହୋଇଛନ୍ତି ଦିଲ୍ଲୀ ସରକାର । ଯଦି ୨୧ ବର୍ଷରୁ କମ ବୟସର ଯୁବକ-ଯୁବତୀ ମଦ କିଣିବା ପାଇଁ ଆସୁଛନ୍ତି ତେବେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….