ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ନୂଆ ଦିଲ୍ଲୀର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ୨୫୦୦ ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ସରକାର। ଦିଲ୍ଲୀ ସରକାର ୮୦ ହଜାର ବୃଦ୍ଧାବୃଦ୍ଧଙ୍କ ପାଇଁ ଏହି ନୂଆ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ, ବର୍ତ୍ତମାନ ୫ ଲକ୍ଷ ୩୦ ହଜାର ବୟସ୍କଙ୍କୁ ପେନସନ ମିଳିବ। ସେ ଯେଉଁଆଡେ ଯାଉଥିଲେ, ବୃଦ୍ଧାବୃଦ୍ଧମାନେ ଭତ୍ତା ପାଇଁ ଦାବି କରୁଥିଲେ। ଏହାକୁ ଦିଲ୍ଲୀ ସରକାର ଲାଗୁ କରିଦେଇଛନ୍ତି। ଏହା ଲାଗୁ ହେବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ଆବେଦନ ଆସିଛି। ସରକାରଙ୍କ ଘୋଷଣା ଅନୁସାରେ, ୬୦ରୁ ୬୯ ବର୍ଷ ବୟସର ବୃଦ୍ଧାବୃଦ୍ଧଙ୍କୁ ପ୍ରତିମାସରେ ୨ ହଜାର ଟଙ୍କା ଭତ୍ତା ଦିଆଯିବ। ସେହିପରି ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାସିକ ୨୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..