Report Card Odisha

| Daily Odia News

ଚିରାଗଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚିରାଗ ପାଶୱାନଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଶୁକ୍ରବାର ହାଇକୋର୍ଟ କହିଛନ୍ତି ଯେ ଚିରାଗ ପାଶୱାନଙ୍କ ଆବେଦନରେ କୌଣସି ନୂତନ ଆଧାର ନାହିଁ । ମାମଲା ଲୋକସଭା ବାଚସ୍ପତିଙ୍କ ପାଖରେ ପେଣ୍ଡିଂ ରହିଛି। ବର୍ତ୍ତମାନ ଆଦେଶ ଦେବାର କୌଣସି ଆବଶ୍ୟକତା ନାହିଁ । ଲୋକସଭା ଅଧ୍ୟକ୍ଷଙ୍କ ତରଫରୁ ଲୋକ ଜନଶକ୍ତି ପାର୍ଟି ସଦସ୍ୟ ଭାବେ ପଶୁପତି ପାରସଙ୍କୁ ମନ୍ତ୍ରୀପଦ ଶପଥ ନେବା ବିରୋଧରେ ଚିରାଗ ପାଶୱାନ ଆବେଦନ ଦାଏର କରିଥିଲେ। ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି। ବାଚସ୍ପତିଙ୍କ ଓକିଲ କୋର୍ଟରେ କହିଥିଲେ ଯେ ସେ ଏହି ମାମଲାରେ ବାଚସ୍ପତିଙ୍କ ସହ କଥା ହୋଇଛନ୍ତି। ତାଙ୍କ ତରଫରୁ ସୂଚନା ଦିଆଯାଇଛି ଯେ ସେ ଏହି ମାମଲା ଦେଖୁଛନ୍ତି। ଓକିଲ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ କହିଥିଲେ। କୋର୍ଟ କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ କୌଣସି ଆଦେଶ ଦେଇପାରିବେ ନାହିଁ କାରଣ ବାଚସ୍ପତି ନିଜେ ଏହି ମାମଲା ଦେଖୁଛନ୍ତି। ଲୋକସଭା ଅଧ୍ୟକ୍ଷଙ୍କ ଓକିଲ କହିଛନ୍ତି ଯେ ଆବେଦନ ଉପରେ ଶୁଣାଣିର କୌଣସି ଆଧାର ନାହିଁ। ପଶୁପତି ପାରସଙ୍କ ଓକିଲ କହିଛନ୍ତି ଯେ ପାରସ ଲୋକସଭା ଅଧ୍ୟକ୍ଷଙ୍କୁ ପାରସ ଯେଉଁ ଚିଠି ଦେଇଥିଲେ ସେତେବେଳେ ପଶୁପତି ପାରସ ପାର୍ଟିର ମୁଖ୍ୟ ସଚେତକ ଥିଲେ ଏବଂ ପରେ ଦଳର ନେତା ଚୟନ ହୋଇଥିଲେ। ତେବେ ଦଳରୁ ପଶୁପତି ପାରସଙ୍କୁ ବହିଷ୍କାର କରାଯାଇଥିବା ବେଳେ ସେ ଲୋଜପା ସାଂସଦ ଭାବେ ମନ୍ତ୍ରି ପଦର ଶପଥ କିପରି ନେଲେ ବୋଲି ଚିରାଗ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଚିରାଗ । କୋର୍ଟ ଚିରାଗଙ୍କୁ କହିଛନ୍ତି ଯେ ସେ କୋର୍ଟ ନ ଆସି ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ଉଚିତ।

 

Breaking News