ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଅଣାୟତ | ଏହାରି ମଧ୍ୟରେ ଅନେକ ପର୍ବପର୍ବାଣି ରହିଛି | କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ନିଜାମୁଦ୍ଦିନ ମରକଜରେ ସର୍ବାଧିକ ୫୦ଜଣଙ୍କୁ ନମାଜ ପାଠ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ପବିତ୍ର ରମ୍ଜାନ ମାସ ଅବସରରେ ସେଠାରେ ଦୈନିକ ପାଞ୍ଚଥର ଯେଭଳି ସର୍ବାଧିକ ୫୦ ଜଣ ନମା ପାଠ କରିବେ ତାହା ଦେଖିବାକୁ ହାଇକୋର୍ଟ ନିଜାମୁଦ୍ଦିନ ଥାନା ଷ୍ଟେସନ ହାଉସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଧାର୍ମିକ ସମାବେଶ ଅଥବା ଉପାସନା ସ୍ଥଳଗୁଡିକରେ ଜନସାଧାରଣ ସମବେତ ହେବାକୁ ଅନୁମତି ଦେବାନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ହାଇକୋର୍ଟର ଜଷ୍ଟିସ ମୁକ୍ତା ଗୁପ୍ତା ତାଙ୍କ ଆଦେଶରେ କହିଥିଲେ ଯେ ମସଜିଦ ବଙ୍ଗଲେ ୱାଲିର ବେସମେଣ୍ଟ ଉପରେ ଥିବା ପ୍ରଥମ ମହଲାରେ ନମାଜ ପାଠ କରାଯିବ ଏବଂ ସେଠାରେ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରାଯିବ। ମସଜିଦର ଅନ୍ୟ ମହଲାଗୁଡିକରେ ନମାଜ ପାଠ ପାଇଁ କରାଯାଇଥିବା ଆବେଦନକୁ ମାନ୍ୟବର ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….