ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ହିନ୍ଦୁସେନା ପକ୍ଷରୁ ଦାୟର ହୋଇଥିବା ପିଆଇଏଲ୍ରେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରାଯାଇଛି। କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବା ଲାଗି ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ହିନ୍ଦୁସେନା ଦାବି କରିଛି। ଗୁରୁବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଅନୁରୂପ ଏକ ପିଆଇଏଲ୍କୁ ଅଗ୍ରାହ୍ୟ କରିଦେଇଥିଲେ। ଅଦାଲତ କହିଥିଲେ ଯେ ଏହି ପ୍ରସଙ୍ଗରେ ନ୍ୟାୟିକ ହସ୍ତକ୍ଷେପ କରାଯାଇପାରିବ ନାହିଁ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..