Report Card Odisha

| Daily Odia News

ଦିଲ୍ଲୀରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଉଦଯାପିତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶ୍ରୀନୀଳାଚଳ ସେବାସଂଘ ହାଉଜଖସ ନୂଆଦିଲ୍ଲୀ ଆନୁକୁଲ୍ୟରେ ପ୍ରାୟୋଜିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ସଫଳତାର ସହ ସମାପ୍ତ ହୋଇଛି | ଏହି କାର୍ଯ୍ୟକ୍ରମ ଗତ ବୁଧବାର ଠାରୁ ଆରମ୍ଭ ହୋଇ ରବିବାର ସମାପ୍ତ ହୋଇଛି | ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ଶିଷ୍ୟ ବାବା ଶ୍ରି ସତ୍ୟାନନ୍ଦ ଦାସ ମହାରାଜ ସ୍କନ୍ଦ ପୁରାଣ ଆଧାରିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟ ରେ ବିସ୍ତାର ଭାବରେ ବର୍ଣ୍ଣନା କରିଥିଲେ | ବିଶିଷ୍ଟ ବ୍ୟକ୍ତି ମାନେ ପ୍ରଦୀପ ପ୍ରଜ୍ବଳନ କରି କୁନି ପ୍ରବଚକ କେଶବ ଦ୍ଵିତିକୃଷ୍ଣ, ବୃନ୍ଦାବନର ସନ୍ଥ ପୂଜ୍ୟ ବାବା ଦୀନବନ୍ଧୁ ଦାସ, ପୂଜ୍ୟ ବାବା ଦୟାନିଧି ଦାସ ପ୍ରମୁଖ ଯୋଗଦାନ କରି ଆଶ୍ରିବଚନ ଦେଇଥିଲେ | ପ୍ରତେହ ସତ୍ୟାନନ୍ଦ ପାଣି, ଅନନ୍ତ କିଶୋର ରଥ ଓ ସୁରେଶ ଚନ୍ଦ୍ର ସେଠୀ ଭକ୍ତିସଂଗିତ ପରିବେଷଣ କରୁଥିଲେ | ଉଦଯାପନୀ ଉତ୍ସବରେ ନୀଳାଚଳ ସେବାସଂଘ ଓ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ଆଧ୍ୟାତ୍ମିକ ସବ୍ୟସାଚି ସମ୍ମାନରେ ସମ୍ମାନିତ କରାଯାଇଥିଲା | ଅନ୍ୟ ଅତିଥି ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାହୋଇଥିଲା |ଏହି କାର୍ଯ୍ୟକ୍ରମ କୁ ମନ୍ଦିର ର ବରିଷ୍ଠ କର୍ମକର୍ତ୍ତା, ଅଶୋକ ପ୍ରଧାନ, ଅଭିରାମ ସୁତାର, ଦୟାନିଧି ସାମଲ, ନିର୍ମଳ ଧଳ, ବାଳକୃଷ୍ଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ |

Breaking News