ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିମଳା ଗସ୍ତରେ ଯାଇ ଦେଶର ଅଭାବୀ ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଜି ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଶିମଳାରେ ଅବସ୍ଥିତ ରିଜ୍ ମଇଦାନରେ ଜାତୀୟ ସ୍ତରରେ ‘ଗରିବ କଲ୍ୟାଣ ସମ୍ମେଳନ’ ଆୟୋଜିତ ହୋଇଛି। ଯେଉଁଠାରେ ମୋଦୀ ଅନେକ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ପିଏମ୍ କିଷାନ ଯୋଜନାର ଏକାଦଶ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ପଠାଯାଇଛି। ଏଥିସହିତ ଦୀର୍ଘ ଦିନ ଧରି କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକମାନେ ଆଜି ଏହାର ଲାଭ ପାଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….