ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକ ଵିରୋଧ ଓ ବାଦବିବାଦ ଭିତରେ ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ବିଲି ଆଇନରେ ପରିଣତ ହୋଇଛି | ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ‘ଦିଲ୍ଲୀ ସେବା ଅଧିନିୟମ’ ସମେତ ୪ଟି ବିଲ୍ ଆଇନରେ ପରିଣତ ହୋଇଯାଇଛି । ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ବିଲ୍, ଜନ ବିଶ୍ୱାସ(ସଂଶୋଧନ) ବିଲ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇବା ପରେ ଏ ସବୁ ଏବେ ଆଇନରେ ପରିଣତ ହୋଇଛି। ସ୍ବାକ୍ଷରିତ ହୋଇ ଆଇନରେ ପରିଣତ ହୋଇଥିବା ଉପରୋକ୍ତ ‘ବିଲ୍’ଗୁଡ଼ିକ ମଧ୍ୟରୁ ଅନ୍ୟୂନ ୨ଟି ‘ବିଲ୍’କୁ ବିରୋଧୀ ଦଳ ତୀବ୍ର ବିରୋଧ କରୁଥିଲେ। ସେଥିରୁ ‘ଗଭର୍ଣ୍ଣମେଣ୍ଟ୍ ଅଫ୍ ନ୍ୟାସ୍ନାଲ୍ କ୍ୟାପିଟାଲ୍ ଟେରିଟରି ଅଫ୍ ଡେଲି (ଦିଲ୍ଲୀ)(ଆମେଣ୍ଡ୍ମେଣ୍ଟ୍) ବିଲ୍’ ଗୋଟିଏ। ଅଗଷ୍ଟ ୧ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଚିଠାକୁ ଲୋକସଭାରେ ଆଗତ କରିଥିଲେ। ଜାତୀୟ ରାଜଧାନୀରେ ଅମଲା ସେବା ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ବିବାଦୟୀ ଅଧ୍ୟାଦେଶ ଉଠାଇବା ପାଇଁ ଏହି ଚିଠା ଆଗତ କରାଯାଇଥିଲା। ଏହି ବିଲ୍ ଆଇନରେ ପରିଣତ ହେଲେ ବଳରେ ଜାତୀୟ ରାଜଧାନୀରେ ଅମଲାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବ ରହିବ। ଆପ୍ ଏହି ଚିଠାକୁ ସବୁଠୁ ‘ଅଗଣତାନ୍ତ୍ରିକ’ ବୋଲି କହିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..