ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିରୋଧୀଙ୍କ ବିରୋଧ ମଧ୍ୟରେ ରାଜ୍ୟରେ ସଭାରେ ଆଗତ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଗୃହରେ ଆଗତ କରିଛନ୍ତି। ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍ ୨୦୨୩ ଆଣିଛନ୍ତି। ଏହାକୁ ଲୋକସଭା ଭଳି ରାଜ୍ୟସଭାରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଆଜି ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ କଂଗ୍ରେସ ଓ ଆପ୍ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ନିୟନ୍ତ୍ରଣ କରିବା ପାଇଁ ବିଜେପି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି। ଏହି ବିଲ୍ ଅସାମ୍ବିଧାନିକ। ଏହା ମୂଳତଃ ଅଗଣତାନ୍ତ୍ରିକ ଓ ଆଞ୍ଚଳିକ ସ୍ୱରକୁ ଚାପି ଦେବା ପାଇଁ ଏହି ବିଲ୍ ଅଣାଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..