ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ଆମ୍ ଆଦ୍ମୀ ପାର୍ଟି ନେତା ମନୀଶ ସିସୋଦିଆଙ୍କ ହାଜତ ମିଆଦ ବୃଦ୍ଧି ହୋଇଛି | ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମନୀଶଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କ ବିଚାରବିଭାଗୀୟ ହାଜତ ମିଆଦ ଏପ୍ରିଲ୍ ୬କୁ ବୃଦ୍ଧି କରିଛନ୍ତି। ତଦନ୍ତରେ ଶିଥିଳତା ହେଉଥିବା ଦର୍ଶାଇ ଗତକାଲି ସିସୋଦିଆ କୋର୍ଟରେ ନିୟମିତ ଜାମିନ ଆବେଦନ କରିଥିଲେ। ଏହି ଆବେଦନକୁ ସିବିଆଇ ତୀବ୍ର ବିରୋଧ କରିଥିଲା। ଅବକାରୀ ଦୁର୍ନୀତି ମାମଲାରେ ମନୀଶ ହିଁ ମୁଖ୍ୟ କାର୍ପଟଦାର ବୋଲି ସିବିଆଇ ଦର୍ଶାଇଛି। ସେ ଜେଲ୍ରୁ ମୁକୁଳିଲେ ସାକ୍ଷ୍ୟ ଓ ପ୍ରମାଣକୁ କ୍ଷତି ପହଞ୍ଚାଇପାରନ୍ତି ବୋଲି ସିବିଆଇ ଅଦାଲତରେ ଯୁକ୍ତି ରଖିଥିଲା। ମାମଲାର ତଦନ୍ତ ଚାଲିଛି ଓ ଆଗକୁ ଆହୁରି ବଡ଼ବଡ଼ ନେତା ଗିରଫ ହେବା ସମ୍ଭାବନା ରହିଛି ବୋଲି ମଧ୍ୟ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅପରପକ୍ଷରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଦାଏର ଆୟବର୍ହିଭୁତ ଟଙ୍କା ଠୁଳ ମାମଲାରେ ଆଜି ପୁଣି ସିସୋଦିଆ ପୁଣି କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ମନୀଶଙ୍କ ହାଜତ ମିଆଦ ଅପ୍ରିଲ୍ ୬କୁ ବୃଦ୍ଧି କରିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..