Report Card Odisha

| Daily Odia News

ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ରାଜଧାନୀ ଦିଲ୍ଲୀରୁ ଜଣେ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରାଯାଇଛି । ଲକ୍ଷ୍ମୀନଗର ଅନ୍ତର୍ଗତ ରମେଶ ପାର୍କରୁ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଭାରତୀୟ ନାଗରିକର ମିଥ୍ୟା ପ୍ରମାଣପତ୍ରରେ ସେ ଦିଲ୍ଲୀରେ ରହୁଥିଲା । ଗିରଫ ପାକିସ୍ତାନୀ ଆତଙ୍କବାଦୀ ନିକଟରୁ ଜବତ ହୋଇଛି AK47 ରାଇଫଲ୍ ସମେତ ଅତିରିକ୍ତ ମାଗାଜିନ୍ ୬୦ ରାଉଣ୍ଡ ଜବତ ହୋଇଛି । ସେହିପରି ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ଓ ଦୁଇଟି ଅତ୍ୟାଧୁନିକ ପିସ୍ତଲ ଜବତ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଗିରଫ ଆତଙ୍କବାଦୀର ଘର ପାକିସ୍ତାନର ନାରୋବଳରେ । ଗତକାଲି ରାତରେ ତାକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗିରଫ ପାକିସ୍ତାନ ଆତଙ୍କବାଦୀ ପାଖରେ ଥିଲା ୬ଟି ଭାରତୀୟ ପାସପୋର୍ଟ । ବହୁ ଦିନରୁ ସେ ଲକ୍ଷ୍ମୀନଗର ଅଞ୍ଚଳରେ ରହି ଆସୁଥିଲା । ଏବେ ପୋଲିସ ତାର ନେଟଓ୍ୱାର୍କ ଓ ସହଯୋଗୀଙ୍କ ବାବଦରେ ତଥ୍ୟ ହାସଲ କରୁଛି ।

Breaking News