ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶୃଙ୍ଖଳା ଆଚରଣ ପାଇଁ ଗୁରୁବାର ଲୋକସଭାରୁ ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ବିଜେପି ଉପରେ ବର୍ଷିଛନ୍ତି। କହିଛନ୍ତି ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଜାଣିଶୁଣି ନିଲମ୍ବନ କରାଯାଉଛି | ବର୍ତ୍ତମାନ ଯେଉଁ ସବୁ ସ୍ଥିତି ଓ ଧାରା ଆରମ୍ଭ କରାଯାଇଛି, ସେଭଳି ଆମେ ଆମ ସଂସଦର କ୍ୟାରିୟର ମଧ୍ୟରେ କେବେ ଦେଖି ନଥିଲୁ। ଶାସକ ଦଳ ଜାଣିଶୁଣି ବିରୋଧୀଙ୍କ ସ୍ୱର ଚାପି ଦେବାକୁ ଏପରି ପସକ୍ଷେପ ନେଉଛି।” ବାଚସ୍ପତିଙ୍କ ନିର୍ଦ୍ଦେଶକୁ ସେ ଅମାନ୍ୟ କରିପାରିବେ ନାହିଁ ବୋଲି ଅଧୀର କହିବା ସହ ଏପରି ପଦକ୍ଷେପ ସଂସଦୀୟ ଗଣତନ୍ତ୍ରର ଆତ୍ମାକୁ ଦୁର୍ବଳ କରିବ ବୋଲି ମତ ରଖିଛନ୍ତି। ସେ କହିଛନ୍ତି, “ସଂସଦରେ କାହାକୁ ବ୍ୟକ୍ତିଗତ ଭାବେ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନୁହେଁ। ଏଥିସହ ଅପମାନିତ କରିବା ପାଇଁ ମୋ ପାଖରେ କୌଣସି ରିମୋଟ ମଧ୍ୟ ନାହିଁ। ଯଦି କୌଣସି ଜିନିଷ କିମ୍ବା ଶବ୍ଦକୁ ଅଣସଂସଦୀୟ ବୋଲି ବିବେଚନା କରାଯାଉଛି, ତା’ହେଲେ ଏହାକୁ ହଟାଇବା କିମ୍ବା ସଙ୍କୁଚିତ କରିବାକୁ ବାଚସ୍ପତିଙ୍କ ପାଖରେ ଅଧିକାର ରହିଛି। ଯଦି କୌଣସି ଶବ୍ଦ ଖରାପ ବୋଲି ଭାବୁଛନ୍ତି, ତା’ହେଲେ ବିଜେପି ଏହି ପ୍ରସଙ୍ଗରେ ନିୟମକୁ ଅନୁକରଣ କରିପାରିବ। ହେଲେ ଏଠି କ’ଣ ସବୁ ହୋଇଛି, ସେକଥା ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି।”






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….