ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ନୂଆରୂପ ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପି ସାରିଥାନ୍ତା | ଏନେଇ ଆଜି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି। କହିଛିନ୍ତି କି ମାତ୍ର ଆମକୁ ସତର୍କ ରହିବାକୁ ପଡିବ। ଯେହେତୁ ସେ ସୁସ୍ଥ ହୋଇ ସାରିଛନ୍ତି ବର୍ତ୍ତମାନ କୌଣସି କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକତା ନାହିଁ । ଆଇଏଲଏସରେ ଜାନୁଆରୀରୁ ଜେନମ ସିକ୍ୟୁଏନସିଂ କରଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପୁଲ ଜେନମ ସିକ୍ୟୁଏନସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେ ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ଥିଲା ସେଥିମଧ୍ୟରୁ ୪୮ଟି କେସ୍ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଯଦି ଆମେ ସତର୍କ ନ ରହିବା ତେବେ ଭାଇସରକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ । ଅନଲକ ହେବା ପରେ ସମସ୍ତେ ନିୟମ ମାନନ୍ତୁ । ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରିପାରେ । ଭ୍ୟାକ୍ସିନ ନେବା ପରେ କେତେ ଲୋକ ସଂକ୍ରମିତ ହେଇଛନ୍ତି ତାହାର ତର୍ଜମା ଚାଲିଛି । ରାଜ୍ୟ ସରକାର ଗଠନ କରିଥିବା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ସେଥିରେ ସମସ୍ତ ଜିଲ୍ଲାମାନଙ୍କୁ ରିପୋର୍ଟ ମଗାଯାଇଛି । ଆସନ୍ତା ସପ୍ତାହରେ ଦ୍ବିତୀୟ ବୈଠକ ବସିବ । ସମସ୍ତ ଡାଟାକୁ ବିଶ୍ଳେଷଣ କରିବା ପରେ ସେ ଦିଗରେ ଅଧିକ ଆଲୋଚନା କରାଯିବ ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..