ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଦ୍ଵିତୀୟ ଲାର ପ୍ରକୋପ ଟିକେ କମାଇଥିବା ବେଳ ମାଢି ଆସୁଛି ଡେଲଟା ଭାରିଏଣ୍ଟ୍ | ଯାହାକି ସରକାରଙ୍କଠାରୁ ଆରମ୍ଭକରି ଜନସାଧାରଙ୍କ ପର୍ଯ୍ୟନ୍ତ ମୁଣ୍ଡବ୍ୟଥାର କାରଣ ପାଲଟିଛି | କରୋନାର ନୂଆ ପ୍ରକାର- ଡେଲଟା ପ୍ଲସ ଷ୍ଟ୍ରେନକୁ ନେଇ ୪୦ଟି ମାମଲା ସାମ୍ନାକୁ ଆସିଛି ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି । ଏବେ ସୁଦ୍ଧା ଦେଶର ୮ଟା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଡେଲଟା ପ୍ଲସ ଷ୍ଟ୍ରେନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଡେଲଟା ପ୍ଲସ ଭୂତାଣୁରେ ଆକ୍ରାନ୍ତଙ୍କଠାରେ କିଛି ନୂଆ ପ୍ରକାର ଲକ୍ଷଣ ଦେଖାଦେଉଛି । ଲଣ୍ଡନ ସ୍ଥିତ କିଙ୍ଗସ କଲେଜର ଅଧ୍ୟୟନରୁ ଡେଲଟା ପ୍ଲସ ଷ୍ଟ୍ରେନରେ ନିମ୍ନୋକ୍ତ ଲକ୍ଷଣ ରହୁଛି ବୋଲି ଜଣାପଡ଼ିଛି।
- ଡେଲଟା ପ୍ଲସରେ ଆକ୍ରାନ୍ତଙ୍କ ଗ୍ୟାଷ୍ଟ୍ରୋ ଇଂଟେଷ୍ଟିନାଲ ସମସ୍ୟା ଦେଖିବାକୁ ମିଳୁଛି।
- ଆକ୍ରାନ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଛି।
- ବାନ୍ତି ହେବା ସହ ଭୋକ କମି ଯାଉଛି।
- ଶ୍ରବଣ ଶକ୍ତି କମିବା ସାଙ୍ଗକୁ ଗଣ୍ଠିରେ ଘୋଳାବିନ୍ଧା ହେଉଛି।
- ଏହା ଫୁସଫୁସ କୋଷର ରେସ୍ପିରେଟରକୁ ପ୍ରଭାବିତ କରିପାରେ।
- ମନୋକ୍ଲୋନାଲ ଆଂଟିବଡି ଚିକିତ୍ସାକୁ ମଧ୍ୟ ନିଷ୍କ୍ରିୟ କରିଦେଇ ପାରେ।
- ଅଳ୍ପ ମାତ୍ରାରେ ଭୂତାଣୁ ଦ୍ୱାରା ଜଣେ ଅନ୍ୟ ଜଣକୁ ସଂକ୍ରମିତ କରିପାରିବ।
- ଫଳରେ ଅଳ୍ପ ସମୟରେ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବ।
More Stories
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଟ୍ରାଫିକ ଚାଲାଣରେ ମିଳିବ ରିହାତି……
ଶିଖମାନଙ୍କ ଉପରେ ବୟାନ ପାଇଁ ରାହୁଲଙ୍କ ଘର ଆଗରେ ବିକ୍ଷୋଭ…..