ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦ୍ବେଗ ପ୍ରକାଶ କରି କହିଛନ୍ତି, ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଛନ୍ତି । ସବୁଆଡେ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ। ଏହାସହ ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି, ଆଗକୁ କେଳେଙ୍କାରୀ ହେବନି । ପୁଷ୍ଟିକର ଛତୁଆ ପ୍ରସ୍ତୁତ ପାଇଁ କନ୍କ୍ଲେଭ ହେବ, ଅନୁଭବୀ ନିଷ୍ପତ୍ତି ନେବେ। ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି |






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..