ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୩୬,୬୬୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୭% ରହିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୦୯,୩୩,୦୨୨ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୧୦,୩୫୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ସ୍ତର ୨.୩୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% ରହିଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୭.୩୧ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି। ସେହି ସମୟ ସୁଦ୍ଧା ଦେଶରେ ମୋଟ ୪୮.୫୨ କୋଟି ପାନ ଟିକା ଦିଆଯାଇସାରିଥିବା ଜଣାଯାଇଛି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..