ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ତଳେ ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ୪୫,୩୫୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୩୬୬ ଜଣଙ୍କର କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୩୪,୭୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫% ରହିଛି। ସେହିଭଳି ଦୈନିକ ସଂକ୍ରମଣ ହାର ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୬୬% ରହିଥିବା ଜଣାଯାଇଛି। ସଂପ୍ରତି ଦେଶରେ ୩,୯୯,୭୭୮ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ୫୨.୬୫ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ମୋଟ ୬୭.୦୯ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..